Odisha Link
Bridging the Missing Links in Odisha

ବିଜୟ ଲାଭ କଲେ ମନୀଷ ସିଶୋଦିଆ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତା ମନୀଷ ସିଶୋଦିଆ ପତପରଗଞ୍ଜ ଆସନରୁ ବିଜୟ ଲାଭ କରିଛନ୍ତି। ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କଠାରୁ ପଛରେ ରହିଥିବା ମନୀଷ ଶେଷରେ ବିଜୟ ଲାଭ କରିଛନ୍ତି । ୨ ହଜାରରୁ ଅଧିକ ଭୋଟରେ ମନୀଷ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରବିନ୍ଦର ସିଂହ ନେଗୀ ଠାରୁ ବିଜୟୀ ହୋଇଛନ୍ତି। ଭୋଟ ଗଣତି ଶେଷ ସୁଦ୍ଧା ମନୀଷଙ୍କୁ ୫୯୫୮୯ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀ ୫୭୫୧୬ ଖଣ୍ଡ ଭୋଟ ପାଇଛନ୍ତି।

Comments are closed.