ରାହୁଲ କହିଲେ ‘ପୁଲଓ୍ବାମା ଆକ୍ରମଣରୁ କାହାକୁ ମିଳିଲା ଲାଭ?’, ବିଜେପି କହିଲା..

ନୂଆଦିଲ୍ଲୀ: ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଲେଥପୁରା ‘ସିଆର୍ପିଏଫ୍’ କ୍ୟାମ୍ପ୍ରେ ସ୍ମାରକୀ ନିର୍ମାଣ କରାଯାଇଛି। ଉଦଘାଟିତ ହେବାକୁ ଥିବା ଏହି ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।
ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହିତ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ପୁଲଓ୍ବାମା ଆକ୍ରମଣକୁ ନେଇ ମୋଦି ସରକାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ଟୁଇଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ୧- ପୁଲଓ୍ବାମା ଆକ୍ରମଣରୁ କାହାକୁ ଲାଭ ମିଳିଲା?, ୨-ପୁଲଓ୍ବାମା ଆକ୍ରମଣର ତଦନ୍ତରୁ କଣ ମିଳିଲା?, ୩- ହୁଗୁଳା ସୁରକ୍ଷା ପାଇଁ ବିଜେପି ସରକାରର କିଏ ଉତ୍ତର ଦାୟୀ?
Today as we remember our 40 CRPF martyrs in the #PulwamaAttack , let us ask:
1. Who benefitted the most from the attack?
2. What is the outcome of the inquiry into the attack?
3. Who in the BJP Govt has yet been held accountable for the security lapses that allowed the attack? pic.twitter.com/KZLbdOkLK5
— Rahul Gandhi (@RahulGandhi) February 14, 2020
ରାହୁଲ ଗାନ୍ଧୀଙ୍କ ଟୁଇଟ ପରେ ଭାରତୀୟ ଜନତା ପାର୍ଟି ରାହୁଲଙ୍କୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧୀଙ୍କ ଏଭଳି ଟିପ୍ପଣୀ ସହିଦ ଯବାନଙ୍କ ପାଇଁ ଅସମ୍ମାନ ଅଟେ। ଯେଉଁମାନେ ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି ସେମାନଙ୍କ ଭଳି ହିରୋଙ୍କ ପାଇଁ ଏଭଳି ଟିପ୍ପଣୀ ଅଶୋଭନୀୟ ବୋଲି କହିଛି ବିଜେପି। ଏଥିସହିତ ଲସ୍କର ଓ ଜୈଶ ଉପରେ ରାହୁଲଙ୍କ ସହାନୁଭୂତି ରହିଛି ବୋଲି ବିଜେପି କହିଛି।
Comments are closed.