Odisha Link
Bridging the Missing Links in Odisha

୧୧ କେଭି ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭର ମୃତ

କେନ୍ଦ୍ରାପଡ଼ା: ୧୧ କେଭି ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭରଙ୍କର ଜୀବନ ଯାଇଛି। ଏମିତ ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ। ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ନାଁ ପ୍ରଭାତ ସେଠୀ। ତାଙ୍କ ଘର ବରଜ ବାହାକୁଦ ଗ୍ରାମରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ତାରପଦା ଗାଁର ସୁରେନ୍ଦ୍ର ରାଉତରାୟଙ୍କ ଘରେ ପ୍ରଭାତ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Comments are closed.