Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ପୋଖରୀକୁ ଖସି ପଡ଼ିଲା ଦୁଇଟି କାର୍

ଭଦ୍ରକ : ଆଜି ସକାଳେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଛକ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ବସ୍ ଦୁଇଟି କାର୍‌କୁ ସାଇଡ୍ ମାରିବାରୁ କାର୍ ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

ଦୁର୍ଘଟଣାରେ ଦୁଇ ଜଣ କାର୍ ଡ୍ରାଇଭର ଆହତ ହୋଇଛନ୍ତି । କାର୍ ଦୁଇଟି ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ସମୟରେ ଏକ ବସ୍ ପଛରୁ ଆସି ଆଖୁଆପଦା ଛକ ନିକଟରେ କାର୍ ଦୁଇଟିକୁ ସାଇଡ୍ ମାରି ଥିଲା ।

ଯାହା ଫଳରେ ଗାଡ଼ି ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗାଡ଼ି ଦୁଇଟିକୁ ପୋଖରୀରୁ କ୍ରେନ୍ ସାହାଯ୍ୟରେ ବାହାର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Comments are closed.