Odisha Link
Bridging the Missing Links in Odisha

ଆନ୍ଦୋଳନରୁ ଓହରିଲେ ନର୍ସ

ବଲାଙ୍ଗୀର: ଆନ୍ଦୋଳନରୁ ଓହରିଲେ ନର୍ସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ନର୍ସ। ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ନର୍ସ ଓ ପାରା ମେଡିକାଲ କର୍ମଚାରୀ। କାର୍ଯ୍ୟରତ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ଏବଂ ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ଯୋଗୁଁ ରୋଗୀ ସେବା ଠପ୍‌ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତିରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟ ମାଡ ମାରିଥିଲେ। ଏହି ଘଟଣାକୁ ନେଇ ନର୍ସ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହା ପ୍ରତିବାଦରେ ନର୍ସମାନେ ଆନ୍ଦୋଳନ କରିଥିଲେ।

Comments are closed.