Odisha Link
Bridging the Missing Links in Odisha

ଅପ୍ରେଲ୍‌ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର : ଅପ୍ରେଲ୍‌ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀ ପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । ୧୦ଟି ଜିଲ୍ଲା ଯଥା- କଟକ, ମୟୂରଭଞ୍ଜ, କେନ୍ଦ୍ରା ପଡା, ଜଗତସିଂହ ପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରି ପାରିବେ ।

ସୂଚନା ଯୋଗ୍ୟ ଯେ, ଆର୍ମି ପକ୍ଷରୁ ୨୦୧୫ ମସିହା ଅକ୍ଟୋବର ୦୧ ଠାରୁ ଉନ୍ମୁକ୍ତ ନିଯୁକ୍ତି ମେଳା ବ୍ୟବସ୍ଥା ପରିବର୍ତ୍ତିତ ହୋଇ ଅନ୍‌ଲାଇନ୍‌ ପଞ୍ଜିକରଣ ଓ ଆବେଦନ ପତ୍ର ଦାଖଲ ବ୍ୟବସ୍ଥା ଅନୁସୃତ ହେଉଛି । ସେଥି ପାଇଁ ଏହି ନିଯୁକ୍ତି ମେଳାରେ ଭାଗନେବାକୁ ହେଲେ ପ୍ରାର୍ଥୀମାନେ  www.joinindianarmy.nic.in  ଓ୍ୱେବ୍‌ସାଇଟ୍‌ରେ ନିଜର ନାମ ପ୍ରଥମେ ପଞ୍ଜିକୃତ କରିବେ । ଫେବୃଆରୀ ୮ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିବ ।

ଏହି ଆର୍ମି ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୁର୍ଣ୍ଣ ସ୍ୱଚ୍ଛ ହେବ । ସମସ୍ତ ପ୍ରକ୍ରିୟା ସ୍ୱଂୟସମ୍ପୁର୍ଣ୍ଣ ହେବ । ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ମଧ୍ୟସ୍ଥି ସହାୟତା କରି ପାରିବେ ନାହିଁ । ତେଣୁ ଦଲାଲ, ଟାଉଟର ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡିବା ପାଇଁ ନିର୍ଦ୍ଦେଶକ କର୍ଣ୍ଣେଲ୍‌ ଆଶିଷ୍‌ ମୋହନ ତ୍ରିଖା ସୂଚନା ଦେଇଛନ୍ତି । ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ଆର୍ମିରେ ନିଯୁକ୍ତି ପାଇବା ପାଇଁ ଏହି ବିଶାଳ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ବୋଲି କର୍ଣ୍ଣେଲ୍‌ ତ୍ରିଖା କହିଛନ୍ତି ।

Comments are closed.