Odisha Link
Bridging the Missing Links in Odisha

ଫାଶୀ ପାଇଁ ସୁପ୍ରିମ କୋର୍ଟଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡାଦେଶ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ନଜରରେ ରଖି ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଗତକାଲି କୋର୍ଟ ଏଭଳି ମାମଲା ଗୁଡିକର ଶୁଣାଣି ପାଇଁ ୬ମାସର ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି। ଅର୍ଥାତ୍ ଯେଉଁ ଦିନ ହାଇକୋର୍ଟ ମୃତ୍ୟୁଦଣ୍ଡ ମାମଲାର ନିଷ୍ପତ୍ତି ଶୁଣାଇବ,ସେହି ଦିନଠୁ ଆସନ୍ତା ୬ମାସ ଭିତରେ ସୁପ୍ରିମ କୋର୍ଟ ୩ବିଚାରପତିଙ୍କ ବେଞ୍ଚ ସେହି ମାମଲାର ଶୁଣାଣି କରିବ। ସୁପ୍ରିମ କୋର୍ଟ ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀରେ ବିଳମ୍ବ ଦେଖି ଏହି ଗାଇଡଲାଇନ୍ ସ୍ଥିର କରିଛନ୍ତି।

ସୁପ୍ରିମ କୋର୍ଟ ଗତକାଲି ଏହି ମାମଲାରେ ସର୍କୁଲାର ଜାରି କରିଛନ୍ତି। ଏଥିରେ କୁହାଯାଇଛି-ହାଇକୋର୍ଟ ଯେଉଁ ଦିନଠୁ ଅପରାଧ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛି,ସେହି ମାମଲାରେ ଦୋଷୀମାନେ ଆବେଦନ ଦାଖଲ କରନ୍ତୁ କି ନକରନ୍ତୁ ସେହିଦିନଠୁ ଆସନ୍ତା ୬ମାସ ମଧ୍ୟରେ ସୁପ୍ରିମ କୋର୍ଟ ମାମଲାର ଶୁଣାଣି କରିବ। ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ସୁପ୍ରିମ କୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରାଯିବା ମାତ୍ରେ ରେଜିଷ୍ଟ୍ରି ମୃତ୍ୟୁଦଣ୍ଡ ଶୁଣାଉଥବା କୋର୍ଟଙ୍କୁ ୬୦ ଦିନ ମଧ୍ୟରେ ସମସ୍ତ ଦସ୍ତାବେଜ ପଠାଇବାର ଆଦେଶ ଦେବେ। ଏହା ସହ ଜଡ଼ିତ ଅନ୍ୟ ଅତିରିକ୍ତ ଦସ୍ତାବିଜ କିମ୍ବା ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଭାଷାର ଦସ୍ତାବିଜର ଅନୁବାଦ ମଧ୍ୟ ରେଜିଷ୍ଟ୍ରିକୁ ଦେବାକୁ ପଡ଼ିବ। ଯଦି ରେଜିଷ୍ଟ୍ରିକୁ ଅନ୍ୟ ଦସ୍ତାବିଜର ଆବଶ୍ୟକତା ପଡ଼ିଲା, ତେବେ ସେ ପକ୍ଷରେ ଥିବା ବ୍ୟକ୍ତିଙ୍କୁ ୩୦ଦିନର ଅତିରିକ୍ତ ସମୟ ଦେବେ। ଯଦି ଏହା ସତ୍ବେ କିଛି ଦସ୍ତାବିଜ ନ ମିଳେ, ତେବେ ମାମଲାକୁ ବିଚାରପତିଙ୍କ ଚ୍ୟାମ୍ବରରେ ସୂଚୀବଦ୍ଧ କରାଯିବ।

Comments are closed.