Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ସକାଳ ୯ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍ ବୈଠକରେ ଉପସ୍ଥିତ ରହିବା ପାଇଁ ଗତକାଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରୀମାନଙ୍କୁ ସିଧାସଳଖ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା।

ବିଧାନସଭା ଅଧିବେଶନ ଥିବା କାରଣରୁ ସକାଳେ କ୍ୟାବିନେଟ୍ ବୈଠକ ରଖାଯାଇଛି ବୋଲି ସୂଚନା ମିଳିଛି। ଆଜି କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲଗାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

Comments are closed.