Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଓହରିଲେ ନର୍ସ

ଭୁବନେଶ୍ୱର : ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ତ୍ତବ୍ୟରତ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ ମରା ଘଟଣାରେ ଆଜି ନର୍ସମାନେ ଏହି ଘଟଣାର ପ୍ରତିବାଦ ସ୍ୱରୂପ ଧାରଣାରେ ବସି ରହିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ହସ୍ତକ୍ଷେପ ପରେ ବଲାଙ୍ଗୀର ଜିଲ୍ଲା ପାଳ ଓ ଏସ୍‌. ପି ଘଟଣାସ୍ଥଳର ପହଞ୍ଚି ଧାରଣାରତ ନର୍ସମାନଙ୍କ ସହ ଆଲୋଚନା କରିଥିଲେ । ନର୍ସମାନଙ୍କ ମୁଖ୍ୟଦାବି ଅନୁଯାୟୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୭ ଦିନ ମଧ୍ୟରେ ଗିରଫ କରିବା ପାଇଁ ଏସ୍‌. ପି. ପ୍ରତିଶ୍ରୁତି ଦେବା ପରେ ନର୍ସମାନେ ଧାରଣାରୁ ଓହରି ଯାଇଥିଲେ ।

Comments are closed.