Odisha Link
Bridging the Missing Links in Odisha

ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ, ଦେଲେ ପରାମର୍ଶ

ବ୍ରହ୍ମପୁର: ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲ୍ଲାପାଳ ଏକ ବୁଲେଟରେ ନିଜ ବାସଭବନରୁ ବାହାରି ବସଷ୍ଟାଣ୍ଡ,ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ ବୁଲିଥିଲେ। ମୁଖ୍ୟ ବଜାର କାରିଣୀ ସାହି ଛକ ନିକଟରେ ଏକ ଦୋକାନ ସମ୍ମୁଖରେ ଅପରିଷ୍କାର ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏସି ପକ୍ଷରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।

ନିଜ ଘରକୁ ଯେପରି ସଫା ରଖୁଛ ଦୋକାନ ସମ୍ମୁଖକୁ ମଧ୍ୟ ସେପରି ସ୍ୱଚ୍ଚ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ ଓ ବଡ ବଜାରର କେତେକ ଦୋକାନକୁ ଯାଇ ମଧ୍ୟ ସ୍ୱଚ୍ଛତା ତଦାରଖ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ।

Comments are closed.