‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ଦେଇ ଗିରଫ ହେଲେ ଯୁବତୀ, ବାପା କହିଲେ..

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁରେ ଆୟୋଜିତ ହୋଇଥିଲା ‘ସିଏଏ’ ବିରୋଧ ରାଲି। ରାଲି ଚାଲିଥିବା ସମୟରେ ଜଣେ ଯୁବତୀ ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ଦେଇଥିଲେ। ପରେ ତାଙ୍କୁ ଗିରଫ କରିଥିଲା ପୋଲିସ୍। ଅପରପକ୍ଷେ ଯୁବତୀଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜାମିନ୍ ଦେଇନାହାନ୍ତି। ତେଣୁ ତାଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅମୂଲ୍ୟା ଲେଓନା ନାମକ ଯୁବତୀଙ୍କୁ ସୋମବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ତାଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଆଧାରରେ ମାମଲା ରୁଜୁ କରାଯାଇଛି।
ଗୁରୁବାର ଦିନ ‘ଏଆଇଏମଆଇଏମ’ର ମୁଖ୍ୟ ଅସାଦୁଦ୍ଦିନ୍ ଓଓ୍ଵାସୀଙ୍କ ଦ୍ୱାରା ଆୟୋଜିତ ‘ସିଏଏ’ ବିରୋଧୀ ରାଲିରେ ଅମୂଲ୍ୟା ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ଦେଇଥିଲେ। ଅମୂଲ୍ୟାଙ୍କ ଘର କର୍ଣ୍ଣାଟକର ଚିକ୍ମାଗାଲୁର ଅଞ୍ଚଳରେ। ଅମୂଲ୍ୟାଙ୍କର ଏଭଳି କାର୍ୟ୍ୟକୁ ତାଙ୍କ ବାପା ନାପସନ୍ଦ କରି କହିଛନ୍ତି ଯେ ‘ସିଏଏ’ ବିରୋଧୀ ରାଲିରେ ତାଙ୍କ ଝିଅ ଯାହା କହିଛି ତାହା ସମ୍ପୂର୍ଣ୍ଣ ଭୁଲ୍।
ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ଵାସି କହିଛନ୍ତି ଯେ ମୁଁ ଏଭଳି କାର୍ୟ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ। ଏହା ପରେ ପୁଲିସ ଆସି ତାଙ୍କୁ ଗିରଫ କରିଥିଲେ ।
Comments are closed.