Odisha Link
Bridging the Missing Links in Odisha

ଚୀନକୁ ଟ୍ରମ୍ପଙ୍କ ପ୍ରଂଶସା

ନୂଆଦିଲ୍ଲୀ: ଆମେରିକା ଦୂତବାସରେ ଚୀନକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ଯାଇଥିଲେ।ସେଠାରେ ଟ୍ରମ୍ପ୍‌ ପ୍ରାଣଘାତୀ କରୋନା ଭାଇରସ୍‌ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି। କରୋନାର ମୁକାବିଲା ନେଇ ଚୀନର ପଦକ୍ଷେପକୁ ପ୍ରଂଶସା କରିଛନ୍ତି ଟ୍ରମ୍ପ୍‌। ସେ କହିଛନ୍ତି, କରୋନା ମୁକାବିଲାରେ ଚୀନ ବହୁତ ଭଲ ପ୍ରଦର୍ଶନ କରୁଛି। କରୋନା ଏବେ ଏକ ବଡ ବିପଦ ଭାବେ ଉଭା ହୋଇଛି। ଆମେ ମଧ୍ୟ କରୋନା ପାଇଁ ଚିନ୍ତିତ ଅଛୁ ଏବଂ ପଦକ୍ଷେପ ନେଉଛୁ। ସବୁ ଦେଶ ମିଶି କରୋନା ମୁକାବିଲା କରିବୁ ବୋଲି ଟ୍ରମ୍ପ୍ କହିଛନ୍ତି। ଏଥିସହ ପୁଣି ଥରେ ଟ୍ରମ୍ପ୍ କହିଛନ୍ତି ଯେ, ଭାରତ-ଆମରିକା ମଧ୍ୟରେ ଦ୍ବିପାକ୍ଷିତ ସମ୍ପର୍କ ଦୃଢ ହୋଇଛି। ଭାରତ ସହ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହୋଇଛି।

Comments are closed.