Odisha Link
Bridging the Missing Links in Odisha

ସ୍ତ୍ରୀକୁ ୩୦୦ ଖଣ୍ଡ: କର୍ଣ୍ଣେଲଙ୍କୁ ଆଜୀବନ ଜେଲ ଦଣ୍ଡ

ଭୁବନେଶ୍ବର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍‌ ରେ ରଖିବା ଘଟାରେ ଅଭିଯୁକ୍ତ ସ୍ବାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପିରନାଙ୍କୁ ସଜା ଦିଆଯାଇଛି। ଦୋଷୀ ସ୍ବାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ୨୦୧୩ ଜୁନ୍‌ ମାସରେ ଭୁବନେଶ୍ବର ନୟାପଲ୍ଲୀରେ ଘଟିଥିଲା ତହ୍ୟା। ନିଜ ସ୍ତ୍ରୀ ଉଷସୀ ପରିଡ଼ାଙ୍କୁ ଜଘନ୍ୟ ହତ୍ୟା କରିଥିଲେ ସୋମନାଥ। ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଟିଫିନ୍‌ ଭିତରେ ରଖିଥିଲେ। ଦେହାବଶେଷ ସହ ୨୦ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପ୍ରକାଶ ଯେ, ଜୁନ ୨୧ ତାରିଖ ମସିହା ୨୦୧୩। ସେଦିନ ଏହି ଚର୍ଚିତ ହତ୍ୟାକାଣ୍ଡ ଘଟିଥିଲା। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ସତେ ଯେମିତି ନକ୍ସା ପ୍ରସ୍ତୁତ କରି ରଖିଥିଲେ। ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝର୍କା ବନ୍ଦ କରି ରହିଥିଲେ। ଏପରକି ଝିଅ ଲେଖା ପରିଡା ଫୋନ କରି ତାଙ୍କ ମା ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ। ମାତ୍ର କର୍ଣେଲ ଉଶାଶ୍ରୀଙ୍କ ଦେହ ଖରାଫ ଥିବା କହି ବାରମ୍ବାର ଝିଅର ଫୋନ କାଟି ଦେଉଥିଲେ। ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ। ତା ସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ଶେଷରେ ଉଷାଶ୍ରୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଲା। ପୋଲିସ କର୍ଣେଲଙ୍କ ନୟାପଲୀ ଘରୁ ୨୧ ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସ ଜବତ କରିଥିଲା ଯେଉଁଥିରେ ଉଷାଶ୍ରୀଙ୍କ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ରଖାଯାଇଥିଲା। ଏପରିକି ଉଷାଶ୍ରୀ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଆରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ। ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ। ତେବେ ସୋମନାଥ ତାଙ୍କ ପତ୍ନୀଙ୍କ ହତ୍ୟା କରିନଥିବା କହିଥିଲେ। ଉଷାଶ୍ରୀ ଅାତ୍ମହତ୍ୟ କରିଥିବା ବାରମ୍ବାର ସୋମନାଥ ଦହରାଉ ଥିଲେ। ସେପଟେ ପୋଲିସ ପକ୍ଷରୁ ୭୦ ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ ହୋଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଏହା ଏକ କୋଲ୍ଡ ବ୍ଳଡେଡ ମର୍ଡର। ହତ୍ୟାରେ ଏକ ପିତ୍ତଳ ଟର୍ଚ ବ୍ୟବହାର ହୋଇଥିଲା। ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ କୁହାଯାଇଛି। ଏପରିକି ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା। ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣା କରାଯାଇଥିଲା। ତିନିମାସ ତଳେ ମାନ୍ୟବର ହାଇକୋର୍ଟ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ନିଦେର୍ଶ ଦେଇଛନ୍ତି। ଯାହାକୁ ନେଇ ଏବେ ଉତକଣ୍ଠା ବଢିଯାଇଛି।

Comments are closed.