Odisha Link
Bridging the Missing Links in Odisha

ଆଇବି କର୍ମଚାରୀ ଅଙ୍କିତ ହତ୍ୟା ମାମଲା, ଆପ୍‌ ନେତା ପାର୍ଷଦଙ୍କ ନାମରେ ଅଭିଯୋଗ!

ନୂଆଦିଲ୍ଲୀ: ଦେଶର ରାଜଧାନୀ ଅଶାନ୍ତ। ଏହାରି ମଧ୍ୟରେ ଜେପି ନେତା କପିଲ ମିଶ୍ରା ଆଣିଛନ୍ତି ଗୁରୁତର ଅଭିଯୋଗ। ସେ ଆମ ଆଦମି ପାର୍ଟିର ପାର୍ଷଦ ତାହିର ହୁସେନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ହିଂସା କରୁଥିବା ଯୁବକଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହାତରେ ଠେଙ୍ଗା ଧରିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି କି ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ତାହିରଙ୍କ ହାତ ଅଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କଥିତ ଭାବେ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହିଂସା କରୁଥିବା ଯୁବକଙ୍କ ସହିତ ହାତରେ ଠେଙ୍ଗା ଧରିଛନ୍ତି।

ଅପରପକ୍ଷେ ମୃତ ଆଇବି ଅଫିସର ଅଙ୍କିତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଘର ନିକଟରେ ଅଙ୍କିତଙ୍କୁ ତାହିରଙ୍କ ଲୋକେ ନେଇଯାଇଥିଲେ। ପରେ ମୃତଦେହ ଉଦ୍ଧାର ହୋଇଥିଲା। ମାତ୍ର ତାହିର ନିଜ ଉପରେ ଆସିଥିବା ଅଭିଯୋଗ ଠିକ୍ ନୁହେଁ ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ନିଜକୁ ବଞ୍ଚାଇବାକୁ ଯାଇ ଏପରି କରିଥିଲେ। ତାଙ୍କର ଘର ଛାତ ଉପରକୁ କିଛି ଲୋକ ଜବରଦସ୍ତି ଚଢ଼ିଥିଲେ ଏବଂ ପୁଲିସର ସହଯୋଗରେ ସେମାନଙ୍କୁ ତଳକୁ ଓହ୍ଲାଯାଇଥିଲା। ଦିଲ୍ଲୀ ହିଂସାରେ ଛାତ ଉପରୁ ପେଟ୍ରୋଲ ବୋମା ଓ ପଥର ଫିଙ୍ଗା ଯାଇଥିଲା। ବିକ୍ଷୋଭକାରୀମାନେ ହାତରେ ଠେଙ୍ଗା ଓ ମୁହଁରେ କପଡ଼ା ବାନ୍ଧିଥିଲେ।

Comments are closed.