Odisha Link
Bridging the Missing Links in Odisha

ଭୁବନେଶ୍ବର-କଟକ ଜନସାଧାରଣ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର:ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ୩୧ ତାରିଖ ଯାଏଁ ଏହି ଟ୍ରେନ ପରୀକ୍ଷାମୂଳକଭାବେ ଚାଲିବ। ଭୁବନେଶ୍ୱରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନଟି କଟକ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଭୁବନେଶ୍ୱରରୁ ଅପରାହ୍ନ ୧ଟା୩୦ରେ ଟ୍ରେନ ଛାଡ଼ି କଟକରେ ୨ଟା୩୦ରେ ପହଞ୍ଚିବ। କଟକରୁ ୨ଟା୪୦ରେ ଛାଡ଼ି ସନ୍ଧ୍ୟା ୫ଟା୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.