Odisha Link
Bridging the Missing Links in Odisha

ଏହି ଅଭିନେତ୍ରୀଙ୍କୁ କଫି ଡେଟରେ ନେବାପାଇଁ ୩ ବର୍ଷ ଅପେକ୍ଷା କରିଥିଲେ ୟୁବି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ମଡେଲ ହେଜେଲ୍‌ କିଚଙ୍କ ଆଜି ଜନ୍ମ ଦିନ । ସେ ୩୩ ବୟସରେ ପାଦ ଥାପିଛନ୍ତି । ଏବେ ହେଜେଲ୍‌ କ୍ରିକେଟର ଯୁବରାଜ ସିଂହଙ୍କ ଜୀବନସାଥୀ । ଦୁହେଁ ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଏହା ପୂର୍ବରୁ ହେଜେଲ୍‌ଙ୍କୁ ଏକ କଫି ଡେଟ୍‌ରେ ନେବାପାଇଁ ୟୁବିଙ୍କୁ ତିନି ବର୍ଷ ଲାଗିଯାଇଥିଲା ।

ଏକ ସାକ୍ଷାତକାରରେ ୟୁବି ନିଜର ଲଭ୍‌ ଲାଇଫ୍‌କୁ ନେଇ ମନକଥା କହିଥିଲେ । ହେଜଲଙ୍କୁ ସେ ପସନ୍ଦ କରିବା ପରେ ଡେଟ୍‌ରେ ନେବାକୁ ଇଚ୍ଛା ପ୍ରକାଶ କରିଆସୁଥିଲେ। ଅନେକ ଥର ହେଜେଲ୍‌ ହଁ ଭରୁଥିଲେ ହେଁ ନିଜ ଫୋନକୁ ବନ୍ଦ କରିନେଉଥିଲେ ।

ବାରମ୍ବାର ଏଭଳି ହେବା ପରେ ଯୁବରାଜ ରାଗି ଯାଇଥିଲେ । ଏପରିକି ତାଙ୍କ ନମ୍ବର ମଧ୍ୟ କାଟି କରିଦେଇଥିଲେ। ଏହାର ଅନେକ ଦିନ ପରେ ସୋସିଆଲ ମିଡିଆରେ ପୁଣି ଉଭୟଙ୍କ ବନ୍ଧୁତା ହୋଇଥିଲା । ଅନୁରୋଧ ପଠାଇବାର ତିନି ମାସ ପରେ ହେଜେଲ୍‌ ତାକୁ ଗ୍ରହଣ କରିଥିଲେ ।

ଧିରେ ଧିରେ ଉଭୟଙ୍କ କଥା ଆଗକୁ ବଢ଼ିଥିଲା । ଶେଷରେ ତିନି ବର୍ଷ ପରେ ଉଭୟ ଡେଟ୍‌ରେ ଯାଇଥିଲେ । ଏହାପରେ ଉଭୟ ଲଗାତାର ଭାବେ ଭେଟିବାକୁ ଲାଗିଲେ । କ୍ରିକେଟରେ ରୁଚି ନ ଥିବା ସତ୍ତ୍ୱେ ସେ ଯୁବରାଜଙ୍କୁ ପସନ୍ଦ କରିଥିଲେ ।

Comments are closed.