Odisha Link
Bridging the Missing Links in Odisha

କେଉଁଠି, କିପରି ପାଳନ କରାଯାଏ ହୋଲି ,ଆସନ୍ତୁ ଜାଣିବା…..

ଭୁବନେଶ୍ବର : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଏହି ପର୍ବଟି ବହୁତ ପୁରତନରୁ ପାଳନ ହୋଇଆସୁଛି । ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏପରି ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ହୋଲି ଦେଶରେ ଭାତୃତ୍ୱର ପରିଚୟ ସୃଷ୍ଟି କରିଥାଏ । ଏହି ପର୍ବଟି ଖାଲି ଆମ ଦେଶ ମଧ୍ୟରେ ଆବଧ ରହି ନାହିଁ ।

ଆମ ଦେଶକୁ ଛାଡ଼ି ରଙ୍ଗର ଏହ଼ ପର୍ବ ଅନ୍ୟ ଦେଶମାନଙ୍କରେ କିପରି ପାଳନ କରାଯାଏ , ଆସନ୍ତୁ ଜାଣିବା…

ଆଫ୍ରିକାର : ଆଫ୍ରିକାର ବହୁ ଛୋଟବଡ ଦେଶରେ ‘ଓମେନା ବୋଂଗା’ ନାମକ ପର୍ବ ପାଳନ କରାଯାଏ। ଆମ ପରମ୍ପରାରେ ହୋଲିକା ଦହନ ପରି ଏଠାରେ ଏକ ଜଙ୍ଗଲି ଦେବତାକୁ ଅଗ୍ନି ସଂଯୋଗ କରି ଲୋକେ ଜାଳିଦେଇଥାନ୍ତି।

ଏହି ଦେବତାଙ୍କୁ ସେମାନେ ‘ପ୍ରିନ୍‌ ବୋଂଗା’ ବୋଲି ସମ୍ୱୋଧନ କରିଥାନ୍ତି ।  ଏହାକୁ ଜଳାଇ ଲୋକେ ଚତୁଃପାର୍ଶ୍ୱରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

ଶ୍ରୀଲଙ୍କା : ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟ ହୋଲି ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ଚେକ୍‌ସ୍ଲୋଭିଆରେ ‘ବଲିଆ କନୋସ୍‌’ ନାମକ ରଙ୍ଗର ପର୍ବ ପାଳନ ହୋଇଥାଏ। ଏହି ପର୍ବରେ ଲୋକେ ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ନାଚଗୀତରେ ମସଗୁଲ ହୋଇଯାଇଥାନ୍ତି ।

ସ୍ପେନବାସୀ ମଧ୍ୟ ଏହାକୁ ଖୁବ୍‌ ଧୁମଧାମ, ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଏହି ଦେଶରେ ରଙ୍ଗର ପର୍ବକୁ ‘ହୋଲି ଗାର୍ଡେନ’ ଫେଷ୍ଟିଭାଲ ନାମରେ ନାମିତ କରାଯାଇଛି। କେପଟାଉନ୍‌ରେ ମଧ୍ୟ ଏହି ପର୍ବକୁ ‘ହୋଲି ବନ୍‌’ ନାମରେ ପାଳନ କରାଯାଏ।

ପୋଲାଣ୍ଡ : ପୋଲାଣ୍ଡରେ ମଧ୍ୟ ହୋଲି ପରି ରଙ୍ଗର ଉତ୍ସବକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ । ଏହାକୁ ସେମାନେ ‘ଅର୍ସିନା ପର୍ବ’ ବୋଲି କହିଥାନ୍ତି । ଦେଶବାସୀ ଏହି ପର୍ବରେ ପୁରୁଣା ରାଗରୋଷ ଭୁଲି ପରସ୍ପରକୁ ରଙ୍ଗ ବୋଳିଥାନ୍ତି । ଟେକସାସ୍‌ରେ ‘କଲରଜାମ୍‌’ ନାମକ ରଙ୍ଗର ପର୍ବ ପାଳନ କରାଯାଏ। ସ୍ଥାନୀୟ ଅଞ୍ଚଳବାସୀ ଏହି ଦିନ ନାଚଗୀତରେ ବୁଡି ରହିବା ସହ ରଙ୍ଗର ମଜା ନେଇଥାନ୍ତି ।

Comments are closed.