Odisha Link
Bridging the Missing Links in Odisha

ଅଟୋକୁ ୩୦ ହଜାର ଫାଇନ୍

ସମ୍ବଲପୁର: ସମ୍ବଲପୁରରେ ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍। ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଛନ୍ତି। ଅଟୋ ନମ୍ବର ହେଉଛି ଓଆର ୧୫କ୍ୟୁ ୫୩୬୫। ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର, ପଞ୍ଜୀକରଣ ନଥିବାରୁ ୫ହଜାର, ଓଭର ଲୋଡିଂ ପାଇଁ ୨୦ହଜାର ଫାଇନ ହୋଇଛି।

ପ୍ରକାଶ ଯେ, ଗତକାଲି ନାବାଳକ ଟ୍ରାଫିକ ନିୟମ ଉଲଂଘନ କରିବାରୁ ୪୩ ହଜାର ଟଙ୍କା ତଣ୍ଡ ଗଣିଥିଲେ ବାଇକ୍ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରରେ ନାବାଳକଙ୍କୁ ବାଇକ୍ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମନା ଦେବାକୁ ପଡିଥିଲା। ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର, ହେଲମେଟ୍ ପିନ୍ଧି ନଥିବା, ପ୍ରଦୂଷଣ କାଗଜପତ୍ର ନଥିବା ଓ ଅନ୍ୟ ପ୍ରମାଣପତ୍ର ନଥିବାରୁ ୧୮ ହଜାର ଫାଇନ୍ ହୋଇଛି। ନୂଆ ନିୟମ ଅନୁସାରେ ନାବାଳକଙ୍କୁ ଯିଏ ଗାଡ଼ି ଚଳାଇବା ପାଇଁ ଅନୁମତି ଦେବେ, ତାଙ୍କଠାରୁ ଜରିମାନା ଆଦାୟ କରାଯିବ।

Comments are closed.