Odisha Link
Bridging the Missing Links in Odisha

ସିରିଆରେ ବିମାନ ଆକ୍ରମଣ, ୧୧ ମୃତ

ନୂଆଦିଲ୍ଲୀ : ଗତକାଲି ଉତ୍ତର-ପଶ୍ଚିମ ସିରିଆରେ ଋଷ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ହିଂସା ଦିନକୁ ଦିନ ବଢିଚାଲିଛି। ସିରିଆ ସୈନିକ ବିଦ୍ରୋହୀମାନଙ୍କ ଠାରୁ ହାରିବାର କିଛି ଦିନ ପରେ ଦ୍ବିତୀୟ ଥର ଏକ ପ୍ରମୁଖ ସହରରେ ପ୍ରବେଶ କରିଥିଲେ। ଏହା ଫଳରେ ଋଷ୍ ବିମାନ ଆକ୍ରମଣ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ସିରିଆର ବିମାନ ଆକ୍ରମଣରେ ତୁର୍କି ସୈନ୍ୟମାନଙ୍କ ମୃତ୍ୟୁ ହୋଇଥିଲା। ତୁର୍କି ଏହି ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଥିଲା। ରୁଷ୍‌ ସମର୍ଥିତ ସିରିଆ ସେନା ବିରୋଧରେ ପୂର୍ଣ୍ଣ ସୈନ୍ୟ ଅଭିଯାନ ଚଳାଇବା ପାଇଁ ସ୍ପଷ୍ଟ କରିଥିଲା । ରବିବାର ଦିନ ତୁର୍କି ସେନାର ଡ୍ରୋନ୍ ଆକ୍ରମଣରେ ୧୯ ସିରିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସିରିଆ ଶାସନ ବିରୋଧରେ ତୁର୍କି ନିଜର ଆକ୍ରମଣ ରୂପ ଧାରଣ କରିଛି। ରବିବାର ଦିନ ଦୁଇଟି ସିରିଆ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରି ଧ୍ବଂସ କରିଦେଇଥିଲା ତୁର୍କି । ତେବେ ଗତ ସପ୍ତାହରେ ତୁର୍କି ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷ ଓ ତୁର୍କି ମଧ୍ୟ ବିବାଦ ଦେଖାଦେଇଛି।

Comments are closed.