କାଶ୍ମୀରରୁ ଆଇଏସଆଇ ଏଜେଣ୍ଟ ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରାଯାଇଛି। ଯୁବକଟିର ନାମ ପଙ୍କଜ ଶର୍ମା ବୋଲି ଏବଂ ସେ ସ୍ଥାନୀୟ ଜଣଙ୍କଅଞ୍ଚଳର ବେଲି ଜଣାପଡ଼ିଛି।
ସୂଚନାନୁସାରେ, ପଙ୍କଜ ଏଜେଣ୍ଟ ଭାବେ କାମ କରି ଜମ୍ମୁ, ସାମ୍ବା ଓ କଠୁଆରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଲୋକେସନ, ମୁଭମେଣ୍ଟ, ଫଟୋ ,ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ସୋସିଆଲ ମିଡିଆ ମାଧ୍ୟମରେ ପଠାଉଥିଲା। ପୋଲିସ ପଙ୍କଜର ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରିଛି। ସେ ପରିବା ମଣ୍ଡିର ଏକ ଗୋଦାମରେ କାମ କରୁଥିଲା। ତା’ର ଘର ସାମ୍ବା ଜିଲା ଅନ୍ତର୍ଗତ ତରୋର ଅଞ୍ଚଳରେ। ପଚରାଉଚରା ସମୟରେ ସେ ଅନେକ ବର୍ଷ ଧରି ପାକିସ୍ତାନୀ ଏଜେଣ୍ଟ ଭାବେ କାମ କରୁଥିବା ସ୍ବୀକାର କରିଛି।