Odisha Link
Bridging the Missing Links in Odisha

କଂଗ୍ରେସରେ ମିଶିବା ପାଇଁ ମୋ ଉପରେ ଚାପ ପଡ଼ୁଛି, ହେଲେ ବିଜେପି ଛାଡିବି ନାହିଁ: ସଞ୍ଜୟ ପାଠକ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ପ୍ରତି ସେକେଣ୍ଡରେ ବଦଳୁଛି ରାଜନୀତି ପାଣିପାଗ। କମଲନାଥ ସରକାରରେ ସାମିଲ ଥିବା କିଛି ବିଧାୟକଙ୍କ ପତ୍ତା ମିଳୁନଥିବାବେଳେ ଜଣେ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ବିଧାୟକ ନାରାୟଣ ତ୍ରିପାଠୀ କମଲନାଥ ସରକାରଙ୍କୁ ସମର୍ଥନ ଦେବେ ବୋଲି ଜଣାପଡିଛି। ସେହିପରି ଦୁଇ ସ୍ବାଧୀନ ବିଧାୟକ ମଧ୍ୟ କମଲନାଥ ସରକାରଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି।

ଅପରପକ୍ଷେ ବିଜେପି ବିଧାୟକ ସଞ୍ଜୟ ପାଠକ ନିଜ ଜୀବନ ପ୍ରତି ବିପଦ ଥିବା କଥା କହିଛନ୍ତି। ସେ କହିଛନ୍ତି ଯେ, ମୋ ଉପରେ ବହୁତ ଚାପ ପଡ଼ୁଛି। ଏପରିକି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବା ପାଇଁ ମୋ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଯଦି ମୁଁ ଏପରି କରିବି ନାହଁ ତେବେ ମୋତେ ଓ ମୋ ପରିବାର ସଦସ୍ୟ ପ୍ରତି ବିପଦ ରହିଛି। ମୁଁ ମରିଯିବି ପଛେ ବିଜେପି ଛାଡ଼ିବି ନାହିଁ ବୋଲି କହିଛନ୍ତି ସଞ୍ଜୟ ପାଠକ।

ଏପରିକି ଆଜି ସଞ୍ଜୟ ପାଠକଙ୍କ ରିସର୍ଟରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ପ୍ରଶାସନ ବୁଲଡ୍ରୋଜର ବୁଲାଇଛନ୍ତି। ପ୍ରଶାସନ କହିବା ମୁତାବିକ ଅଧିକା ଜାଗା ଅତିକ୍ରମ କରିଥିଲା ଏହି ରିସୋର୍ଟ। ପୂର୍ବରୁ ଏଥିପାଇଁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା ବୋଲି ପ୍ରଶାସନ କହିଛି

Comments are closed.