Odisha Link
Bridging the Missing Links in Odisha

ବିଜେପିରୁ ଅଲଗା ହୋଇଛି, ହିନ୍ଦୁତ୍ୱ ଠାରୁ ନୁହେଁ: ଉଦ୍ଧବ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟ ପ୍ରକାଶ ହେବା ପରେ ଆଜି ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅଯୋଧ୍ୟା ଗସ୍ତ କରି ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।

ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ, ଆଜି ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ନୁହେଁ ବରଂ ମୋ ଟ୍ରଷ୍ଟରୁ କୋଟିଏ ଟଙ୍କା ଦେବି। ଏହା ମୋ ଭାଗରୁ ଏକ ଛୋଟ ଯୋଗଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନଜନକ କଥା। ମୁଁ ଯେତେବେଳେ ଏଠାକୁ ଆସିଥିଲି ଜଣାନଥିଲା କେବେ ଏବଂ କେମିତି ଏଠାରେ ରାମ ମନ୍ଦିର ହେବ। ମୁଁ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛି। ଗତ ଦେଢ଼ ବର୍ଷରେ ଏଭଳି ମୁଁ ୩ ଥର ଆସିଲିଣି। ଏହି ଅବସରରେ ସେ ଆହୁରି କହିଛନ୍ତି ଯେ, ସେ ବିଜେପିଠାରୁ ଅଲଗା ହୋଇଥାଇପାରନ୍ତି, ହେଲେ ହିନ୍ଦୁତ୍ୱ ଠାରୁ ନୁହେଁ।

Comments are closed.