Odisha Link
Bridging the Missing Links in Odisha

ବରକୁ ରାସ୍ତାରୁ ଅପହରଣ

ଆଠଗଡ଼: ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ବରକୁ ଉଠାଇନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଦୁର୍ବୃତ୍ତମାନେ ଜବରଦସ୍ତ ବରକୁ ଉଠାଇ ନେଇଛନ୍ତି। ୭/୮ ଜଣ ଦୁର୍ବୃତ୍ତ ବରକୁ ଏକ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ଼ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ବାହା ହେବାକୁ ଢେଙ୍କାନାଳରୁ ବର ଓ ବରଯାତ୍ରୀ ଆଠଗଡ଼ ଆସୁଥିଲେ। ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ତେବେ ୭/୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ସାପୁଆ ପୋଲ ଉପରୁ ବରକୁ ଉଠାଇ ନେଇଥିଲେ। ତେବେ ରାସ୍ତା ମଝିରୁ କିଏ ଓ କାହିଁକି ବରକୁ ଉଠାଇ ନେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଅପହରଣକାରୀଙ୍କୁ ପରିବାର ଲୋକ ଚିହ୍ନିନଥିବା କହିଛନ୍ତି।

Comments are closed.