କରୋନା ଆତଙ୍କ: ବିଜେଡିର ସବୁ କାର୍ଯ୍ୟକ୍ରମ ବାତିଲ୍

ଭୁବେନେଶ୍ବର: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରୋନା କରିଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ, କଲେଜ, ସିନେମା ହଲ୍ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଜୁ ଜନତା ଦଳ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଯାଇ ମାର୍ଚ୍ଚ ୩୧ ଯାଏଁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛି। ଏହି ସମୟରେ କୌଣସି ଦଳୀୟ ବୈଠକ, କାର୍ଯ୍ୟକ୍ରମ, କର୍ମୀ ସମ୍ମିଳନୀ କରାଯିବ ନାହିଁ ବୋଲି ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।
Comments are closed.