ଟିମ୍ ଇଣ୍ଡିଆକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନ କଷ୍ଟସାଧ୍ୟ ହେବ: ସେହଓ୍ବାଗ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, ଆଇପିଏଲ ୨୦୨୦ରେ ଧୋନି କ୍ରିକେଟକୁ ଫେରିବା କୌଣସି ଗ୍ୟାରେଣ୍ଟି ନାହିଁ। ଆଇପିଏଲରେ ଭଲ ପ୍ରଦର୍ଶନ କରିଲେ ସୁଦ୍ଧା ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଧୋନିଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ ବୋଲି ସେହଓ୍ବାଗ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେହଓ୍ବାଗ କହିଥିଲେ ଯେ, ଟିମ୍ ଚୟନ କର୍ତ୍ତା ଭବିଷ୍ୟତକୁ ନେଇ ନିଜର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କେଏଲ ରାହୁଲ ଭଲ ବ୍ୟାଟିଙ୍ଗ୍ କରିବା ସହ ଭଲ ଓ୍ବିକେଟ କିପିଙ୍ଗ୍ ମଧ୍ୟ କରୁଛନ୍ତି। ଆଉ ପୂର୍ବରୁ ଋଷଭ ପନ୍ଥ ଏହି ଦୌଡରେ ରହିଛନ୍ତି। ଯାହା ଫଳରେ ଟିମ୍ ଇଣ୍ଡିଆକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କିଛି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି ସେହଓ୍ବାଗ।
ଆଇପିଏଲ ଜରିଆରେ କ୍ରିକେଟକୁ ଫେରିବାକୁ ଥିବା ଧୋନିଙ୍କ ପାଇଁ କରୋନା ଭାଇରସ୍ ବ୍ରେକ୍ ଲଗାଇଛି। କରୋନ ଭାଇରସ ପାଇଁ ଆଇପିଏଲକୁ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି ବିସିସିଆଇ।