Odisha Link
Bridging the Missing Links in Odisha

ଜୁସ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଏହି ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ

ମୁମ୍ବାଇ : ବଲିଉଡରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କର ପ୍ରେମ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ବଲିଉଡରେ ଏପରି କପୁଲ ଅଛନ୍ତି ଯାହାଙ୍କର ପ୍ରେମ ଜୁସ୍‌ ଦୋକାନରୁ ଆରମ୍ଭ ହୋଇଥିଲା । ସେ ଆଉ କେହି ନୁହଁନ୍ତି ସେ ହେଲେ ନସିରୁଦ୍ଦିନ୍‌ ଶାହ ଓ ରତ୍ନା ପାଠକ ।

ରତ୍ନା ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ। ମୁମ୍ବାଇରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ନସିରୁଦ୍ଦିନ୍‌ଙ୍କର ସ୍ଥାନୀୟ ଏକ ଆଖୁରସ ଦୋକାନରେ ରତ୍ନାଙ୍କ ସହିତ ପରିଚୟ ହୋଇଥିଲା। ଦୀର୍ଘଦିନ ଲିଭ୍‌ଇନ୍‌ରେ ରହିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ରତ୍ନା ନିଜ ମା’ ଦୀନାଙ୍କ ଠାରୁ ଅଭିନୟ ଶିଖିଥିଲେ। ରତ୍ନା ସିନେମା ‘ଖୁବସୁରତ, ଗୋଲମାଲ ୩, ଲିପିଷ୍ଟିକ ଅଣ୍ଡର ମାଇଁ ବୁର୍ଖା, କପୁର ଆଣ୍ଡ ସନ୍ସ, ନିଲ ବଟେ ସନ୍ନାଟା, ଥପ୍ପଡ ଭଳି ସିନେମାରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି ।

Comments are closed.