Odisha Link
Bridging the Missing Links in Odisha

କରୋନା ପାଇଁ ମୁଲତବୀ ହେବନି ସଂସଦ : ମୋଦି

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଗୃହ ମୁଲତବୀ ପ୍ରସ୍ତାବକୁ ଖାରଜ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଗତକାଲି ଲୋକସଭା ସଦସ୍ୟଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଦେଶର ଏହିଭଳି ଭୟାବହ ସ୍ଥିତିରେ ଯଦି ଡାକ୍ତର, ନର୍ସ, ପୋଲିସ, ବିମାନ କର୍ମଚାରୀ, ଗଣାମାଧ୍ୟମ ଯଦି ନିଜ ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି ତାହେଲେ ଲୋକସଭା ସଦସ୍ୟମାନେ ମଧ୍ୟ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ଦରକାର ବୋଲି ମୋଦି କହିଛନ୍ତି। ଫଳରେ ଏପ୍ରିଲ ୩ ଯାଏଁ ହେବାକୁ ଥିବା ବଜେଟ ସେସନ ମୁଲତବୀ ହେବନାହିଁ।

ମୋଦି କହିଛନ୍ତି, “ଏଭଳି ପରିସ୍ଥିତିରେ ସଦସ୍ୟଙ୍କୁ ପଛଘୁଞ୍ଚା ନଦେଇ ମୁକାବିଲା କରିବା ଉଚିତ। ବର୍ତ୍ତମାନ ଆମକୁ ବାୟୁସେନା ଓ ଭାରତୀୟ ବିମାନ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଦରକାର। ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଏହି ଭୟଙ୍କର ପରିସ୍ଥିତିରୁ ରକ୍ଷା କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ଆମେ ଏମାନଙ୍କ କଥା ଚିନ୍ତା କରିବା ଦରକାର, ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ସମ୍ପର୍କରେ ଭାବିବା ଉଚିତ, ସେମାନଙ୍କ କଥା ଭାବିବା ଦରକାର ଯେଉଁମାନେ ଏମାନଙ୍କ ଲଗେଜ ନେବା ଆଣିବା କରୁଛନ୍ତି, ପୋଲିସ ସମ୍ପର୍କରେ ଭାବିବା ଉଚିତ ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି। ଏମାନେ ଯଦି ନିଜ ନିଜ ଦାୟିତ୍ୱରୁ ଛୁଟି ନେଇଯିବା ତାହେଲେ କଣ ହେବ ଦେଶର ସ୍ଥିତି ?” ଏଥିସହ ଦେଶର ୧୩୦ କୋଟି ଜନତାଙ୍କ ସେବାରେ ସେ ନିୟୋଜିତ ବୋଲି କହିଛନ୍ତି।

ଏଥିସହ ଦେଶର ଇଲେକ୍ଟ୍ରୋନିକ ମିଡ଼ିଆ ଓ ପ୍ରିଣ୍ଟ ମିଡ଼ିଆକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କୋଭିଡ-୧୯କୁ ନେଇ ଲୋକଙ୍କୁ ମିଡ଼ିଆ ସତର୍କ କରୁଥିବା ଯୋଗୁଁ ସେ ଧନ୍ୟବାଦ ଜଣାଇଛନ୍ତି। ଲୋକସଭା ସଦସ୍ୟଙ୍କୁ ନିଜ ନିଜ ଅଞ୍ଚଳ ଗସ୍ତ କରି ଲୋକଙ୍କୁ କୋଭିଡ-୧୯ ସମ୍ପର୍କରେ ସଚେତନ କରିବା ପାଇଁ ଏବଂ ଭାଇରସରୁ ନିଜକୁ ଏବଂ ନିଜ ପରିବେଶକୁ ସୁରକ୍ଷିତ ରଖିବା ସେ ନିର୍ଦେଶ ଦେଇଛନ୍ତି।

Comments are closed.