Odisha Link
Bridging the Missing Links in Odisha

କରୋନା : ଘରେ ରହି କାମ କରିବେ ରିଜର୍ଭ ବ୍ୟାଙ୍କ୍‌ କର୍ମଚାରୀ

ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢୁଥିବାରୁ କରୋନା ସଂକ୍ରମଣର ମୁକାବିଲା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍‌ ଏକ ବଡ ନିଷ୍ପତ୍ତି ନେଇଛି। ଆଜି ରିଜର୍ଭ ବ୍ୟାଙ୍କ୍‌ ତା’ର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଜାରି କରିଛି। ମହାରାଷ୍ଟ୍ରର ମୁମ୍ବାଇରେ ଥିବା ମୁଖ୍ୟାଳୟ ସମେତ ସମସ୍ତ କର୍ମଚାରୀଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ୍‌ ଏହି ନିର୍ଦେଶ ଜାରି କରିଛି। ଏଥିସହ ଆର୍ଥିକ ସ୍ଥିରତା ସମ୍ବନ୍ଧୀୟ ସମସ୍ତ ଜରୁରୀ ବୈଠକ ପୂର୍ବଭଳି ନିୟମିତ ଚାଲିବ ମାତ୍ର, ଏବେ ତାହା ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ନିର୍ଦେଶ ଦେଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ମୁମ୍ବାଇ ସରକାର ଜାରି କରିଥିବା ଆଦେଶ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ୍‌ ଏ ଭଳି ପଦକ୍ଷେପ ଗ୍ରହଣ କରିଛି।

ସୂଚନା ମୁତାବକ, ମହାରାଷ୍ଟ୍ରରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଟପିଥିବାରୁ ଲୋକେ ଯଥା ସମ୍ଭବ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଅଫିସ୍‌ରେ କର୍ମଚାରୀ ସଂଖ୍ୟା କମାଇବା ସହ ଜନଗହଳି ହେଉଥିବା ସ୍ଥାନଗୁଡ଼ିକୁ ବନ୍ଦ ରଖିବାକୁ ସେ ନିର୍ଦେଶ ଦେଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ‘ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ରାସ୍ତାଘାଟରେ ଛେପ ପକାଉଥିବା ଲୋକଙ୍କ ଉପରେ ଜରିମାନା ଆରମ୍ଭ କରିଛି। ଏଯାବତ୍‌ ଶତାଧିକ ଲୋକଙ୍କ ଉପରେ ଜରିମାନା କରାଯାଇ ୧ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଇଛି ବୋଲି ‘ବିଏମ୍‌ସି’ କହିଛି।

Comments are closed.