Odisha Link
Bridging the Missing Links in Odisha

କରୋନା ଭୟରେ ଘରେ ରହି କ’ଣ କରୁଛନ୍ତି ସଲମାନ ?

ମୁମ୍ବାଇ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି । ଅନେକ ଲୋକ ନିଜ କାମ ଘରେ ରହି କରିବାକୁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇ ସାରିଲେଣି । ଅନେକ ସେଲିବ୍ରେଟି ନିଜର ଶୁଟିଂ କାମ ବନ୍ଦ କରି ଘରେ ରହିବାକୁ ପଡୁଛି ।

ସେଲିବ୍ରିଟି ମାନେ ଘରେ ରହି ନିଜର ସମୟ ଅତିବାହିତ କରିଛନ୍ତି । ଏହା ମଧ୍ୟରେ ସଲମାନ ଖାନ ନିଜର ଇଂଷ୍ଟାଗ୍ରାମରେ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ଟ୍ୟାଲେଣ୍ଟ ଦେଖାଇବାରେ ନଜର ଆସିଛନ୍ତି ।

https://www.instagram.com/tv/B95Pg0-lI6d/

ଏହି ଭିଡ଼ିଓରେ ଭାଇଯାନ ନାମରେ ପରିଚିତ ସଲମାନ ଗୋଟିଏ ସୁନ୍ଦର ପେଣ୍ଟିଙ୍ଗ ଚିତ୍ର କରିଥିବା ଦେଖାଯାଇଛି ଏବି ତାହା ମାତ୍ର ଦୁଇ ମିନିଟ ସମୟ ମଧ୍ୟରେ କରିଛନ୍ତି । ସଲମାନ ତାଙ୍କର ଏହି ସ୍କେଚରେ ଦୁଇ ଜଣ ସ୍ତ୍ରୀ ଲୋକଙ୍କ ଚେହେରା ଆଙ୍କିଛନ୍ତି । ଭାଇଯାନଙ୍କ ଏହି ସ୍କେଚକୁ ତାଙ୍କର ପ୍ରଶଂସକ ମାନେ ବହୁତ ପ୍ରଶଂସା କରିଛନ୍ତି ।

Comments are closed.