୧୮୨ ଦେଶକୁ ବ୍ୟାପିଲା କରୋନା

ଭୁବନେଶ୍ବର: ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ୧୭୬ ଦେଶକୁ କରୋନା ବ୍ୟାପିଥିବା ବେଳେ ଆଜି ଏହା ୧୮୨ ଦେଶକୁ ବ୍ୟାପିସାରିଲାଣି। କରୋନାରେ ଏଯାବତ୍ ସରା ବିଶ୍ବରେ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଆକ୍ରାନ୍ତ ଥିବା ବେଳେ ମୋଟ ୧୦ ହଜାର ୪୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।
ଭାତତରେ ଗତକାଲି ୧୭୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଭାରତରେ ୨୦ ରାଜ୍ୟକୁ କରୋନାରେ ବ୍ୟାପିବା ସହ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ସୁସ୍ଥ ହୋଇ ଡିସ୍ ଚାର୍ଜ ହୋଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।