Odisha Link
Bridging the Missing Links in Odisha

ରେଷ୍ଟୁରାଣ୍ଟ୍, ବାର୍, କଫିସପ୍‌ ଆଦି ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟର ସମସ୍ତ ଏକକ ରେଷ୍ଟୁରାଣ୍ଟ୍, ବାର୍, କଫିସପ୍, କ୍ୟାଣ୍ଟିନ୍‌ ଓ ଅନ୍ୟାନ୍ୟ ଖାଦ୍ୟପେୟ ଶାଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଗୁଡ଼ିକ ତୁରନ୍ତ ବନ୍ଦ କରିବାକୁ ସରକାରୀ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ହୋଟେଲଗୁଡ଼ିକ ଭିତରେ ଥିବା ରେଷ୍ଟୁରାଣ୍ଟ ଓ ବାର୍‌ ଖେଲା ରହିବ। ହୋଟେଲ ପରିସରରରେ ଅତି କମରେ ୨ ମିଟରର ସାମାଜିକ ଦୂରତା ରକ୍ଷା ପାଇଁ ନିର୍ଦ୍ଦେଶ ରହିଛି। ବାହାରୁ ଆସୁଥିବା ଗ୍ରାହକମାନେ ରେଷ୍ଟୁରାଣ୍ଯରେ ବସି ଖାିବା ବଦଳେ ପାର୍ସଲ ଖାଦ୍ୟ/ପାନୀୟ ନେବା ପାଇଁ ଅନୁରୋଧ କରାଯାଇଛି।

ସହରଭିତରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ପୌର କର୍ତୃପକ୍ଷଙ୍କ ନିୟନ୍ତ୍ରଣରେ ରହିବ। ଟାକ୍ସି ଓ ଅଟୋ ରିକ୍ସାକୁ ଦିନେ ଛଡ଼ା ଦିନେ ଚାଲିବାକୁ ଅନୁମତି ଦିଆଯିବ।

ବଜାର, ହାଟ, ଶପିଂ କଂପ୍ଲେକ୍ସ ଆଦି ନିୟନ୍ତ୍ରଣରେ ରହିବ। ସେଠାରେ ତାଜରାତି ସାମଗ୍ରୀ, ପରିବା, ମାଂସ, ମାଛ, ଅଣ୍ଡା ଓ ଅନ୍ୟ ଅତ୍ୟାବଶ୍ୟକୀୟ ଖାଦ୍ୟ ମିଳିବ।

କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ସରକାରଙ୍କର ନିର୍ଦ୍ଦେଶ ରହିଛି।

Comments are closed.