Odisha Link
Bridging the Missing Links in Odisha

ଭାରତରେ କରୋନା ନେଲା ୫ ମୁଣ୍ଡ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନ ଜୟପୁରରେ କରୋନା ସଂକ୍ରମିତ ଜଣେ ମହିଳାଙ୍କ ଘଟିଛି। ତେବେ ୬୯ ବର୍ଷୀୟ ମହିଳା ଜଣଙ୍କ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ ହୋଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ ।ବର୍ତ୍ତମାନ ସୁଦ୍ଧା ଭାରତରେ ସୁଦ୍ଧା ଏହା ୨୦୬ରେ ପହଞ୍ଚିଛି।

ଏଥିସହ କରୋନାର ଆତଙ୍କ ଭିତରେ ଧର୍ମାନୁଷ୍ଠାନ ବନ୍ଦ ପାଇଁ ନିଷ୍ପତି ନେଇଥିବା ସଂପୃକ୍ତ ଧର୍ମାନୁଷ୍ଠାନମାନଙ୍କର ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କରୋନା ମୁକାବିଲା ପାଇଁ ୨୪ ଘଂଟଆ ସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଏବଂ ସ୍ୱାସ୍ଥ୍ୟକ୍ରମୀଙ୍କୁ ବିଚଳିତ ନକରିବାକୁ ଏବଂ ତାଙ୍କ କାମରେ ବାଧା ନପହଂଚାିବାକୁ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨୦ ରାଜ୍ୟକୁ କରୋନାରେ ବ୍ୟାପିବା ସହ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ସୁସ୍ଥ ହୋଇ ଡିସ୍‌ ଚାର୍ଜ ହୋଇଛନ୍ତି।

Comments are closed.