Odisha Link
Bridging the Missing Links in Odisha

କରୋନା: ସଂସଦ ଯିବେନି ଶିବସେନା ସାଂସଦ, ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଦେଶର ୨୨ଟି ରାଜ୍ୟରେ ୩୯୭ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୮୯ ଜଣ କରୋନା ପଜିଟିଭରେ ଆକ୍ରାନ୍ତ। ଯାହା ସାରା ଦେଶରେ ସର୍ବାଧିକ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟର ୪ ପ୍ରମୁଖ ସହରକୁ ଲକଡାଉନ ଘୋଷଣା କରିଛନ୍ତି।

ଅପରପକ୍ଷେ ଶିବସେନାର ସାଂସଦ ମାନେ ସଂସଦରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ସାଂସଦ ମାନେ ସଂସଦର କାର୍ଯ୍ୟରେ ଯୋାଗ ଦେବେ ନାହିଁ ବୋଲି ସୂଚନା ଦେଇଥିଲେ। ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ରାଜ୍ୟସଭା ଅଧିବେଶନର ସମୟସୀମା କମ୍‌ କରିବା ପାଇଁ ସର୍ବ ଦଳୀୟ ବୈଠକ ଡାକିଛନ୍ତି।

Comments are closed.