Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ: ରାତି ଅଧିଆ ଇସ୍ତଫା ଦେଲେ ବାଚସ୍ପତି, ଆଜି ବିଧାନସଭା ଅଧିବେଶନ

ଭୋପାଲ: ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। ଗତକାଲି ରାତିରେ ବିଜେପିର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କ୍ଷମତାକୁ ଆସିବା ପରେ ହିଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ସକ୍ରିୟ ହୋଇ ଆଜି ବିଧାନସଭା ଅଧିବେଶନ ଡାକିଛନ୍ତି ଶିବରାଜ।

ଅପରପକ୍ଷେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ମଧ୍ୟରାତ୍ରିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ଆଜିଠୁ ବିଧାନସଭା ଆରମ୍ଭ ହେଉଛି। ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ଏହି ନୂତନ ବିଜେପି ସରକାର ଗୃହରେ ଆତ୍ମବିଶ୍ୱାସର ଭୋଟ୍ ଉପସ୍ଥାପନ କରିବେ। ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଆସନ ଥିବାରୁ ବିଶ୍ବାସ ଭୋଟରେ ବିଜେପିକୁ ଅସୁବିଧା ହେବ ନାହିଁ। ଏହି ଅଧିବେଶନ ୨୭ ତାରିଖ ଯାଏଁ ହେବ। ୪ଦିନ ହେବାକୁ ଥିବା ଅଧିବେଶନରେ ମୋଟ ୩ଟି ବୈଠକ ହେବ ବୋଲି ସୂଚନା ରହିଛି।

ସୂଚନାଥାଉକି, ମାର୍ଚ୍ଚ ୧୬ରେ ସେତେବଳର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ବିଧାନସଭାକୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

Comments are closed.