Odisha Link
Bridging the Missing Links in Odisha

କରୋନା: ଦିନ ୧୧ଟାରୁ ରାଜ୍ୟରେ ସମସ୍ତ ବସ୍ ସେବା ବନ୍ଦ

ଭୁବନେଶ୍ବର: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ। କରୋନା ଭାଇରସର ଭୟାବହତାକୁ ନଜରରେ ରଖି ପ୍ରଥମେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ କରାଯାଇଥିଲା। ପରେ ଆଜିଠାରୁ ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ଉଭୟ ସରକାରୀ ଓ ଘରୋଇ ବସ୍‌ ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ଆଉ ଗଡ଼ିବନି। ଏ ନେଇ ବିଧିବଦ୍ଧ ଭାବେ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବସ୍‌ ମାଲିକ ସଂଘ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ଏହା ସହ ଆଜି ରାତି ୧୨ଟାରୁ ସିଟି ବସ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

Comments are closed.