Odisha Link
Bridging the Missing Links in Odisha

ଭାରତରେ ୫୦୦ କରୋନା ଆକ୍ରାନ୍ତ, ଲକ୍‌ଡାଉନ୍‌ କାମଦେବନି: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଓଏଲ୍‌ ବ୍ୟୁରୋ: ଆଜି ସକାଳ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୨ ହୋଇଥିବା ବେଳେ ଦିନରେ ଏ ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ଦେଶରେ ୯ ଜଣ କରୋନା ଭୂତାଣୁ ପ୍ରଭାବରେ ମୃତ୍ୟୁବରଣ କରି ସାରିଲେଣି। ଦେଶର ୩୨ ରାଜ୍ୟରେ ସମ୍ପୂର୍ଣ୍ଣ’ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ବି କୋଭିଡ୍-୧୯ ଭୂତାଣୁ ସହ ଲଢ଼େଇ ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)।

ବିଶ୍ବରେ ଏଯାବତ୍‌ ୩,୭୮, ୮୨୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୬,୫୦୯ ଜଣଙ୍କ ମୃତ୍ୟୁ ହେଲାଣି। ଭାରତରେ ମୃତ୍ୟୁ ହାର କମ ହେଲେ ହେଁ ଜନସଂଖ୍ୟା ଓ ଜନତାଙ୍କ ମଧ୍ୟରେ ଆତ୍ମ-ସଚେତନତାର ଘୋର ଅଭାବ ହେତୁ ଏ ରୋଗ ବ୍ୟାପକ ହେବାର ଆଶଙ୍କା ରହିଛି। ଦେଶ ସାରା ଲକ୍‌ଡାଉନ୍‌ ଜାରି ହୋଇଛଇ, ବିମାନ, ରେଳ ଓ ବସ୍‌ ସେବା ବନ୍ଦ ରହିଛି। ତଥାପି ଏହା ଭୂତାଣୁ ସଂକ୍ରମଣ ଅଟକାଇବାରେ ସଫଳ ହେବନାହିଁ ବୋଲି ଆଶଙ୍କା ପ୍ରକଟ କରିଛନ୍ତ WHO।

WHOର ଜରୁରୀକାଳୀନ ସ୍ଥିତି ବିଶେଷଜ୍ଞ ଡକ୍ଟର ମାଇକେଲ୍ ର‍ିଆନ୍‌ ବିବିସିକୁ ଏକ ସାକ୍ଷାତକାରେ କହିଛନ୍ତି,

ଲକ୍‌ଡାଉନ୍‌ରେ ଏବେ ବିପଦ ରହିଛି। ଯଦି ଏବେ କଡ଼ା ଜନସ୍ବାସ୍ଥ୍ୟ ପଦକ୍ଷେପ ନିଆ ନ ଯାଏ ତେବେ ଲକ୍‌ଡାଉନ୍‌ ଉଠିବା ପରେ ଭୂତାଣୁ ସଂକ୍ରମଣର ବିପଦ ପୁଣି ଲେଉଟିବ। ବର୍ତ୍ତମାନ ଆମକୁ ଯେଉଁମାନେ ଅସୁସ୍ଥ ସେମାନଙ୍କୁ ଖୋଜି ଚିହ୍ନଟ କରିବା ଆବଶ୍ୟକ। ଯେଉଁମାନଙ୍କ ଠାରେ ଭୂତାଣୁ ଅଛି ସେମାନଙ୍କୁ ଚିହ୍ନଟ କରି ଆଇସୋଲେସନ୍‌‌ରେ ରଖିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଖୋଜି ଆଇସୋଲେସନ୍‌ରେ ରଖିବା ଆବଶ୍ୟକ।

ତେବେ ଭାରତ ପୋଲିଓ ଭଳି କରୋନା ଲଢ଼େଇ ମଧ୍ୟ ଜିତିପାରିବ ବୋଲି ଆଶାପ୍ରକଟ କରିଛନ୍ତି ମାଇକେଲ୍।

Comments are closed.