Odisha Link
Bridging the Missing Links in Odisha

ଓଡ଼ିଶା ପ୍ରତିଷ୍ଠା କରିବ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ କୋଭିଡ୍-୧୯ ଚିକିତ୍ସାଳୟ। ସମୁଦାୟ ୧୦୦୦ ଶଯ୍ୟାବିଶିଷ୍ଟ ଦୁଇଟି ହସ୍ପିଟାଲରେ କରୋନାପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ନେଇ ଆଜି ସରକାର ଦୁଇ ଘରୋଇ ହସ୍ପିଟାଲ କିମ୍‌ସ ଓ ସମ୍‌ ସହ ତ୍ରିପାକ୍ଷିତ ଚୁକ୍ତି ସ୍ବାକ୍ଷର କରିଛନ୍ତି।

ଏହି ହସ୍ପିଟାଲରେ ସମସ୍ତ ଖର୍ଚ୍ଚ ପାଇଁ ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି) ଓ ମହାନଦୀ କୋଲ୍‌ ଫିଲ୍‌ଡସ (ଏମ୍‌ସିଏଲ୍) ଅର୍ଥ ଯୋଗାଇବେ। କିମ୍‌ସ ଓ ସମ୍‌ ବୈଷୟିକ ସହାୟତା ଓ ଡାକ୍ତରୀ ସୁବିଧା ଦେବେ। ସରକାର ଏହାକୁ ତତ୍ତ୍ବାବଧାନ କରିବେ।

କିମ୍‌ସରେ ୪୫୦ ଶଯ୍ୟାବିଶିଷ୍ଟ ଚିକିତ୍ସାଳୟ ପ୍ରସ୍ତୁତ ହେବାକୁ ଥିବା ବେଳେ ସମ୍‌ରେ ୫୦୦ ଶଯ୍ୟା ସମେତ ଆଇସିୟୁ ସୁବିଧା ଉପଲବ୍ଧ ହେବ। ଏଭଳି ସମାନ ସୁବିଧା ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ କରୋନା ସନ୍ଦିଗ୍ଧ ଓ ସଂକ୍ରମିତଙ୍କ ଚିକିତ୍ସା ଓ ରହଣି ବ୍ୟବସ୍ଥା କରାଯିବ।

Comments are closed.