ଧରାବି: ଏସିଆର ବଡ଼ ବସ୍ତିରେ ପ୍ରଥମ କରୋନା ଆକ୍ରାନ୍ତ ମୃତ

ମୁମ୍ବାଇ: ଏସିଆର ସର୍ବବୃହତ୍ତ ବସ୍ତି ଭାବେ ଜଣାଶୁଣା ମୁମ୍ବାଇର ଧରାବିରେ ଆଜି ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ଆଜି ହିଁ ତାଙ୍କର ମୃତ୍ୟୁ ହୋଇଛି।
୬୫ ବର୍ଷୀୟ ବ୍ୟକ୍ତି ଜଣକ ମାର୍ଚ୍ଚ ୨୩ ତାରିଖରେ ଥଣ୍ଡା ଓ ଅନ୍ୟ ଲକ୍ଷଣ ବାହରରିବାରୁ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ତାଙ୍କୁ ସିଅନ୍ ଡାକ୍ତରଖାନା ପଠାଇଥିଲେ। ପରେ ସେ ସିଅନ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ରୋଗ ଭଲ ନେହବାରୁ କରୋନା ଆକ୍ରାନ୍ତ ସନ୍ଦେହ କରି ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା।
ଆଜି ଏହି ବ୍ୟକ୍ତିଙ୍କର ନମୁନା ପଜିଟିଭ୍ ଆସିଥିଲା। ସେ ଧରାବି ବସ୍ତିର ପ୍ରଥମ ବ୍ୟକ୍ତି ଯିଏ କୋଭିଡ୍-୧୯ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ତେବେ ବିଳମ୍ବିତ ସଂଧ୍ୟାରେ ତାଙ୍କୁ କସ୍ତୁରବା ଡାକ୍ତରଖାନା ନିଆଯିବା ବାଟରେ ଏହି ରୋଗୀ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ସନ୍ଧାନ କରି କ୍ବାରାଣ୍ଟିନ୍ରେ ପଠାଇବା ବ୍ୟବସ୍ଥା କରୁଛନ୍ତି ମହାରାଷ୍ଟ୍ର ସରକାର। ତାଙ୍କ ପରିବାରର ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। ସେମାନଙ୍କୁ ଖାଦ୍ୟ ଯୋଗାଇବେ ମୁମ୍ବାଇ ନଗରପାଳିକା କର୍ତୃପକ୍ଷ।
Comments are closed.