Odisha Link
Bridging the Missing Links in Odisha

ଦିଲ୍ଲୀ: ଲକଡାଉନ ସମୟରେ ମସଜିଦରେ ଜମା ହେଲେ ୩୩ ଲୋକ, ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ସଙ୍କଟ ସମୟରେ ସାମାଜିକ ଦ୍ବରତ୍ବ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ସରକାର, ସ୍ବାସ୍ଥ୍ୟ ବିଭାଗ। ଏହି ଲକ ଡାଉନକୁ ଜନସାଧାରଣ ମାନୁଥିବା ବେଳେ ଆଉ କିଛି ବ୍ୟକ୍ତି ଏହି ଲକ ଡାଉନ ନିୟମକୁ ଅବମାନନା କରୁଛନ୍ତି। ଲକଡାଉନ ନିୟମ ଭଙ୍ଗ କରିବା ନେଇ ଏକ ଖବର ଆସିଛି।

୨ ଦିନ ତଳେ ଦିଲ୍ଲୀର ବସନ୍ତ କୁଞ୍ଜ ଉତ୍ତର ଅଞ୍ଚଳରେ ଥିବା ଏକ ମସଜିଦରେ ୩୩ଜଣ ଲୋକ ସମାଗମ ହେବାର ଦେଖିବାକୁ ମିଳିଥିଲା। ଏହି ଖବର ପୋଲିସ୍‌ ଜାଣିବା ପରେ ମସଜିଦରେ ସମାଗମ ହୋଇଥିବା ୩୩ଜଣଙ୍କ ନାମରେ ମାମଲା ଲଗେଇ କେସ୍‌ ଲାଗୁ କଲା। ଏଥିସହିତ ୩୩ ଜଣଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଥିଲା। ପରେ ଉକ୍ତ ୩୩ ଜଣଙ୍କୁ ଜାମିନ ମଧ୍ୟ ମିଳିଥିଲା। ଏହି ଖବରଟି ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଡି ଟିଭିରେ ପ୍ରକାଶିତ ହୋଇଥିଲା।

Comments are closed.