Odisha Link
Bridging the Missing Links in Odisha

ଦେଶରେ ପ୍ରଥମ: ପଶୁପକ୍ଷୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିବାରୁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ “ହିରୋ ଅଫ୍‌ ଆନିମଲ” ପୁରସ୍କାର ଦେବ ପେଟା ଇଣ୍ଡିଆ। ପୁଣି ଦେଶରେ ଏକ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା। କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଜନବସତି ମାନଙ୍କରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଉଚ୍ଚ ପ୍ରଶାଂସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଅନ୍ତର୍ଜାତୀୟ ପଶୁସେବା ସଂସ୍ଥାନ ପିପୁଲ୍ ଫର୍‌ ଦ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌ସ (PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ

ପେଟାର ଭାରତ ସିଇଓ ଡକ୍ଟର ମଣିଲାଲ୍‌ ଭାଲିୟାତେ କହିଛନ୍ତି ଯେ ଗୋଷ୍ଠୀ ଭିତରେ ରହୁଥିବା ପଶୁପକ୍ଷୀ ରେସ୍ତୋରାଁ, ଦୋକାନ ବଜାରର ବର୍ଯ୍ୟଖାଦ୍ୟ ସାଙ୍ଗକୁ ଲୋକଙ୍କ ହାତରୁ ଫିଙ୍ଗା ହେଉଥିବା ଖାଦ୍ୟ ଉପରେ ନିର୍ଭର କକରି ବଞ୍ଚିଥାାଆନ୍ତି। ଲକକ୍‌ଡାଉନ୍‌ ସମୟରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକାମନେ ମଧ୍ୟ ଘରୁ ବାହାରୁ ନାହାନ୍ତି। ଏଭଳି ସମୟରେ ବୁଲା ପଶୁପକ୍ଷୀ ଭୋକରେ ଓ କଷ୍ଟରେ ଅଛନ୍ତି। ଆମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ ଯେ ସେ ଏହି ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଦେଇଛନ୍ତି। ସେଥିପାଇଁ ତାଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯିବ।

ସମ୍ମାନ ସ୍ବରୂପ ମୁଖ୍ୟମନ୍ତ୍ରୀ ପେଟା-ଭାରତ ଠାରୁ ଏକ ସମ୍ମାନଫଳକ ଓ ପ୍ରଶଂସାପତ୍ର ଗ୍ରହଣ କରିବେ।

ଓଡ଼ିଶା ସରକାର ରାଜ୍ୟର ୫ ମହାନଗର ଓ ୪୮ଟି ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି।

Comments are closed.