Odisha Link
Bridging the Missing Links in Odisha

୬ଷ୍ଟ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତା: ଓଡ଼ିଶାରୁ ଯୋଗ ଦେଇଥିଲେ ୬୭ ଜଣ

ଭୁବନେଶ୍ବର: ଆଜି ସକାଳେ କଟକରୁ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ସେ ଦିଲ୍ଲୀର ନିଜାମୁଦ୍ଦିନ ତବ୍ଲିଘ୍‌ ଜମାତରେ ଯୋଗଦେଇ ଫେରିଥିଲେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ରାଜ୍ୟରୁ ମୋଟ ୬୭ ଜଣ ଏହି ଧର୍ମ ସଭାରେ ଯୋଗ ଦେଇଥିବା ଏଯାଏଁ ସୂଚନା ମିିଳିଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ରାଜ୍ୟରେ ୨୭ ଜଣଙ୍କୁ ଠାବ କରାଯାଇଥିବା ବେଳେ ଆଉ ୪୦ ଜଣ ଅନ୍ୟ ରାଜ୍ୟରେ ଫସି ରହିଥିବା କହିଛନ୍ତି ଶ୍ରୀ ବାଗ୍‌ଚୀ।

ଚିହ୍ନଟ ୨୨୭ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କର ନମୁନା ନେଗେଟିଭ୍‌ ଆସିଥିବା ବେଳେ ଜଣଙ୍କର ପଜିଟିଭ୍‌ ଆସିଛି। ଆଉ ୫ ଜଣଙ୍କର ରିପୋର୍ଟ ଏଯାଏଁ ଆସିନାହିଁ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ତବ୍‌ଲିଘ ଜମାତରେ ଯୋଗ ଦେଇଥିବା ପଶ୍ଚିମବଙ୍ଗର ୧୦ ଜଣ ନିକଟରେ ଆସି ତାଳଚେର ବୁଲି ଯାଇଛନ୍ତି। ଏହି ଅଞ୍ଚଳରେ ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ତାହା ସନ୍ଧାନ କରାଯାଉଛି। ଚିହ୍ନଟ ତବ୍‌ଲିଘ ଜମାତ ଅଂଶଗ୍ରହଣକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି।

Comments are closed.