Odisha Link
Bridging the Missing Links in Odisha

ଓଡ଼ିଶାରେ ୩ ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତା

ଭୁବନେଶ୍ବର: ଓଡ଼ିଶାରେ ଗତକାଲି ସର୍ବାଧିକ ୧୫ ଜଣଙ୍କ କୋଭିଡ୍‌ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଦିଲ୍ଲୀ ନିଜାମୁଦ୍ଦିନ୍‌ ଦରଘାରେ ମର୍କାଜ ଭାଗନେଇ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ୨ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିବା ବେଳେ କାଲି ସୁଦ୍ଧା ୨୦ରେ ପହଞ୍ଚିଛି। ଗତକାଲି ଭୁବନେଶ୍ବରରେ ୧୦, କଟକରେ ୧, ଯାଜପୁରରେ୧ ଓ ପୁରୀରେ ୧ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ, ଯାଜପୁର ଓ ପୁରୀ ଆକ୍ରାନ୍ତ ଦିଲ୍ଲୀ ମର୍କାଜାରେ ଯୋଗ ଦେଇ ଫେରିଛନ୍ତି।

ଦିଲ୍ଲୀ ନିଜାମୁଦ୍ଦିନ୍‌ ଦରଘାରେ ତାବ୍‌ଲିଘି ମର୍କାଜ ଧର୍ମସଭାରେ ଟୋଗଦେଇଥିବା ୨୮ ଜଣ ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତଙ୍କର ନମୁନା ପରୀକ୍ଷଣ ହୋଇଥିବା ବେଳେ ୨୫ ଜଣଙ୍କର ନେଗେଟିଭ୍‌ ବାହାରିଛି। ବାକି ୩ ଜଣ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି। ଏହା ଭିନ୍ନ ମର୍କାଜାରେ ଭାଗ ନେଇଥିବା ଆଉ ୪୦ ଜଣ ଓଡ଼ିଆ ଏବେ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି।

ମର୍କାଜାରେ ଯୋଗ ଦେଇଥିବା ବ୍ୟକ୍ତି ନିଜଆଡ଼ୁ ୧୦୪ରେ ଫୋନ୍‌ କରି ଜଣାଇବା ଲାଗି ସରକାର ଅନୁରୋଧ କରିଛନ୍ତି। ଯଦି ଏଭଳି ବ୍ୟକ୍ତିଙ୍କ ବାବଦରେ କେହି ଜାଣନ୍ତି ତେବେ ୧୦୪କୁ ତୁରନ୍ତ ଫୋନ କରି ଜଣାଇବାକୁ ସରକାର ଅନୁରୋଧ ରଖିଛନ୍ତି। ଭୟ ନକରି ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ନିବେଦନ କରିଛି ସ୍ବାସ୍ଥ୍ୟ ବିଭାଗ।

Comments are closed.