Odisha Link
Bridging the Missing Links in Odisha

ସଟ୍‌ ଡାଉନ୍: ମାନିଲେନି କଟକଣା, ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପୋଲିସ୍

ଭୁବନେଶ୍ବର: ୪୮ ଘଣ୍ଟା ପାଇଁ ଭୁବନେଶ୍ବର ସଟ୍‌ ଡାଉନ୍। ଏହା ରବିବାର ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ହେଲେ ସଟ୍‌ ଡାଉନ୍‌ କଟକଣାକୁ କିଛି ଲୋକ ମାନୁ ନଥିବା ଦେଖିବାକୁମ ମିଳୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସଟ୍‌ ଡାଉନ୍‌ କଟକଣା ଅବମାନନା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ସେହିପରି ନିୟମ ଭାଙ୍ଗିବା ଅଭିଯୋଗରେ ଆହୁରି ୬୪ ଜଣଙ୍କୁ ଅଟକ ରଖିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

କରୋନା ମୁକାବିଲା ପାଇଁ ଗତକାଲ ରାତିଠୁ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍‌ ଡାଉନ୍‌ ଲାଗୁ ହୋଇଛି। ଶଟ୍‌ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଡିଜିପି ଅଭୟ ଶଟ୍‌ ଡାଉନ୍ କଟକଣା ବିଷୟରେ ସୂଚନା ଦେବା ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ସମୟରେ ଯିଏ ଘର ବାହାରେ ବୁଲିବ ପୋଲିସ୍ ଉଠାଇ ନେବ। ସେମାନଙ୍କୁ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହା ସହିତ ମାମଲା ରୁଜୁ କରାଯିବ ଓ ଜୋରିମାନା ମଧ୍ୟ ଆଦାୟ କରାଯିବ।

Comments are closed.