ଅମାନିଆ ହେଲେ ଲୋକ, ୬୩୭ ଗାଡ଼ି ସିଜ୍ କଲା ପୋଲିସ୍

ଭୁବନେଶ୍ବର: ଭୁବନେଶ୍ବରରେ ୪୮ ଘଣ୍ଟିଆ ସଟ୍ଡାଉନ୍ ପରେ ରବିବାର ରାତି ୮ଟା ପରଠୁ ଲକ୍ଡାଉନ୍ ପୂର୍ବଭଳି ବଳବତ୍ତର ରହିଛି। ହେଲେ ପୁଣିଥରେ ଲୋକମାନେ ଅମାନ୍ୟ ହୋଇ ଗାଡ଼ି ଚଳାଚଳ କରିଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକ ବାହାରେ ବୁଲୁଛନ୍ତି। ତେବେ କମିଶନରେଟ୍ ପୋଲିସ୍ ଏଭିଳି ଅମାନିଆ ଲୋକଙ୍କ ଗାଡ଼ି ସିଜ୍ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନ କରିବାରୁ ପୋଲିସ୍ ଆଜି ୬୩୭ଟି ଗାଡ଼ି ସିଜ୍ କରିଛି। ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ସୂଚନା ଦେଇଛନ୍ତି।
ସୂଚନାଥାଉକି ଗତକାଲି ଭୁବନେଶ୍ୱର ଡିସିପି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ, ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଭୟଭୀତ ହୋଇ ବଜାରରୁ କିଣାକିଣି ନ କରିବାକୁ ମଧ୍ୟ ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ପରିବାରର ଜଣେ ସଦସ୍ୟ ବଜାର ଆସନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।