Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା। ଢ଼େଙ୍କାନାଳ ସହରର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭ ଚିହ୍ନଟ। ଏଥିସହିତ ପଶ୍ଚିମବଙ୍ଗ ମେଦିନପିୁର ଅଞ୍ଚଳର ଜଣେ ୬୯ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଆଜିର ଢେଙ୍କାନାଳ ଆକ୍ରାନ୍ତ ପରେ ରାଜ୍ୟରେ ଏବେ ୮ଟି ଜିଲ୍ଲାକୁ ବ୍ୟାପିଲା କରୋନା ଭୂତାଣୁ। ମୋଟ ୪୪ ଜଣଙ୍କ ମଧ୍ୟରୁ ୩୫ ଜଣ ଭୁବନେଶ୍ବର (ଖୋର୍ଦ୍ଧା)ର ହୋଇଥିବା ବେଳେ ଭଦ୍ରକରେ ୩ ଜଣ। ଢେଙ୍କାନାଳ, କଳାହାଣ୍ଡି, ପୁରୀ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ରୋଗୀ ମିଳିଛନ୍ତି। ଭୁବନେଶ୍ବରର ୩୫ ଜଣଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି।

Comments are closed.