ନିଜାମୁଦ୍ଦିନ ଶ୍ରଦ୍ଧାଳୁଙ୍କ ସଂସ୍ପର୍ଶରେ ଆସିଥିଲେ ଢେଙ୍କାନାଳ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା କରୋନା ଆକ୍ରାନ୍ତ ତଥା ଢେଙ୍କାନାଳର ପ୍ରଥମ ରୋଗୀଙ୍କର ନିଜାମୁଦ୍ଦିନ ଦରଘା ଘଟଣା ସହ ସଂମ୍ପର୍କ ରହିଛି। ନିଜାମୁଦ୍ଦିନରେ ଅନୁଷ୍ଠିତ ତାବ୍ଲିଘି ଜମାତ୍ ମର୍କାଜ୍ ଭାଗ ନେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଅଆସିଥିଲେ ବୋଲି ଓଡ଼ିଶା ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ମହିଳା ଜଣକ ମାର୍ଚ୍ଚ ୧୦ରୁ ୧୭ ତାରିଖ ମଧ୍ୟରେ ନିଜାମୁଦ୍ଦିନ୍ ଜମାତ୍ ସଦସ୍ୟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ଢେଙ୍କାନାଳ ସହର ସ୍ଥିତ ମୀନାବଜାର ଘରେ ସେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ଯାଏ ସେ ରହିଥିଲେ। ସନ୍ଦେହରେ ଏପ୍ରିଲ ୪ ତାରିଖରେ ତାଙ୍କ ନମୁନା ସଂଗୃହୀତ ହୋଇ ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ତାଙ୍କୁ ଆଇସୋଲେସନ୍ରେ ରଖାଯାଇଥିଲା। ଗତକାଲି (ଏପ୍ରିଲ ୮) ତାଙ୍କ ନମୁନା ପଜିଟିଭ୍ ଆସିଥିଲା ଓ ସେ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା।
ଗତକାଲି ଠାରୁ ସେ କଟକ ସ୍ଥିତ କୋଭିଡ୍ ହସ୍ପିଟାଲରେ (ଅଶ୍ବିନୀ ହସ୍ପିଟାଲ ପରିସର) ଚିକିତ୍ସିତ ହେଉଛନ୍ତି।