Odisha Link
Bridging the Missing Links in Odisha

କରୋନା: ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ରବିବାର ଦିନ ଆମେରିକାରେ ପ୍ରଥମ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଲଣ୍ଡନରେ ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେମାବାର ଦିନ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ରାଧାରମଣ ଶର୍ମା। ୬୮ ବର୍ଷିୟ ଏହି ଡାକ୍ତର ଜଣକ କଟକ ରେ ଜନ୍ମିତ ବୋଲି ସୂଚନା ମିଳିଛି।

ୟୁକେ ଓଡ଼ିଆ ସଂଘ (OSUK)ର ସଦସ୍ୟ ଡାକ୍ତର ଶର୍ମାଙ୍କର ପତ୍ନୀ, ଦୁଇଜଣ ପୁଅ, ଦୁଇ ବୋହୂ ଓ ୪ ଜଣ ନାତିନାତୁଣୀ ଅଛନ୍ତି। ତାଙ୍କର ଦୁଇପୁଅ ମଧ୍ୟ ବୃତ୍ତିରେ ଡାକ୍ତର।

ମୃତ ଡାକ୍ତର ଶର୍ମା କଟକ ଷ୍ଟିଓ୍ବାର୍ଟ ସ୍କୁଲର ଛାତ୍ର। କଟକ ଏସ୍‌ସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିଥିବା ଶ୍ରୀ ଶର୍ମା ପରେ ସପରିବାର ଲଣ୍ଡନ ଚାଲିଯାଇଥିଲେ।

ପୂର୍ବରୁ ଆମେରିକାର ନ୍ୟୁଜର୍ସିରେ ସୁନନ୍ଦା ପଣ୍ଡା ନାମଧାରୀ ଜଣେ ଓଡ଼ିଆ ମହିଳା ମଧ୍ୟ କରୋନାଭୂତାଣୁ ଜନିତ ବ୍ୟାଧିରେ ପ୍ରାଣ ହରାଇଥିଲେ।

Comments are closed.