Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶରେ ମାଙ୍କଡ଼ଙ୍କୁ କରୋନା!

ଲକ୍ଷ୍ନୌ: ସାରା ବିଶ୍ବରେ କରୋନାର ଭୟାବହ ତାଣ୍ଡବ ଚାଲିଥିବା ବେଳେ ଏହା ମାଙ୍କଡ଼ଙ୍କୁ ସଂକ୍ରମିତ କରି ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଉତ୍ତରପ୍ରଦେଶ ସରକାର। ମାତ୍ର ୪ ଦିନ ଭିତରେ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ମାଙ୍କଡ଼ଙ୍କର ମୃତ୍ୟୁ ପରେ ଏଭଳି ଆଶଙ୍କା ଦେଖାଦେଇଛି। ମୃତ୍ୟୁ ପୂର୍ବରୁ ମାଙ୍କଡ଼ମାନଙ୍କ ଠାରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥିଲା।

ଶାମଲି ଜିଲ୍ଲାର ପାଓ୍ବାସା ଗାଁରେ ଏଭଳି ଘଟଣା ଘଟିଛି। ଲକ୍‌ଡାଉନ୍‌ କାରଣରୁ ଲୋକେ ଘରୁ ବାହାରୁ ନିବା ବେଳେ ଗତ ୪ ଦିନରେ ୧୦ ଜଣ ମାଙ୍କଡ଼ ମରି ପଡ଼ିଛନ୍ତି। ତୁରନ୍ତ ଗ୍ରାମର ୩୩୦ ଜଣଙ୍କୁ ପରଖିଛନ୍ତି ଜିଲ୍ଲା ପ୍ରଶାସନ। ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଠାରେ କରୋନା ଭଳି ଲକ୍ଷଣ ଦେଖାଦେବାରୁ ତାଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯିବା ସହ ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଛି।

ମାଙ୍କଡ଼ ମମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥଥିବା ବେଳେ ତାଙ୍କ ଦେହରେ ନିମୋନିଆ ଭଳି ଲକ୍ଷଣ ଦେଖାଦେଇଛି। କରୋନା ସନ୍ଦେହ କରି ସେମାନଙ୍କ ନମୁନା ମଧ୍ୟ ମରେଲି ସ୍ଥିତ ଇଣ୍ଡିଆନ ଭେଟେରନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (IVRI)କୁ ପଠାଯାଇଛି।

Comments are closed.