Odisha Link
Bridging the Missing Links in Odisha

ଭଲ ଖବର: ସୁସ୍ଥ ହେଲେ ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଭଲ ଖବର। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳରୁ ଚିହ୍ନଟ ହୋଇଥିବା ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ବୁଧବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କୁହାଯାଇଛି।

ଏଥିସହିତ ମହାମାରୀ କରୋନା ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟରରେ ଦେଇଥିବା ସୂଚନା ଅନୁଯାୟୀ, ଆଜି ୧୧୯୭ ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତ ନମୁନା ନେଗେଟିଭ୍ ଆସିଥିଲା। ଓଡ଼ିଶାରେ ଆଜିଯାଏ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ସତରେ ଆଜିର ଦିନ ସମସ୍ତଙ୍କ ପାଇଁ ଏକ ବଡ଼ ଦିନ।

ରାଜ୍ୟରେ ଏଯାଏ ୬ ହଜାର ୭୩୪ ଟି ନମୁନା ପରୀକ୍ଷା ହୋଇଛି। ଏଥିରୁ ୬ ହଜାର ୬୭୪ ଟି ନମୁନା ନେଗେଟିଭ୍ ଆସିଛି। ୬୦ଟି ପଜିିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇସାରିଲେଣି। କରୋନାରେ ଏଯାଏ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ୪୦ ଜଣ ଆକାନ୍ତଙ୍କର ଏବେବି ଚିକିତ୍ସା ଚାଲିଛି।

Comments are closed.