ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର: ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ ପଣ୍ଡାକୁଦିଆକୁ ସ୍ଥାନାନ୍ତରିତ ହୋଇଥିଲା ବହୁ ପୁରାତନ ଜଗନ୍ନାଥ ବସ୍ତି , ଏହାକୁ ହକି ବିଶ୍ବକପ ବେଳେ ଆର୍ଥିକ ସହାୟତା ଓ ଜାଗା ଦେଇ ସ୍ଥାନାନ୍ତର କରାଯାଇଥିଲା ଠିକ ତା ପରେ ଫନି ବାତ୍ୟାରେ ଏମାନଙ୍କ ଘରଦ୍ୱାର ସବୁ ଛାରଖାର ହୋଇଯାଇଥିଲା ପୁନର୍ବାର ଅଣ୍ଟା ସଳଖିବା ଆଗରୁ ଦିନ କେଇଟା ଭିତରେ ପୁଣି ଏହି ମହାମାରୀ ରୋଗ ଏମାନଙ୍କ ଏକପ୍ରକାର ମେରୁଦଣ୍ଡ ଭାଙ୍ଗି ଦେଇଛି ।
ସହର ଓ ମାର୍କେଟ ଠାରୁ ଅନେକ ଦୂରରେ ଏହି ବସ୍ତିକୁ ଲକ୍ ଡାଉନର ଏଭଳି କରାଳ ସ୍ଥିତିରେ ସବୁ ସରକାରୀ ସୁବିଧା ସୁଯୋଗ ମିଳୁଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ ,ସହରର ବାବୁ ମାନଙ୍କ ଘରେ ବିଭିନ୍ନ କାମ କରି ଗୁଜୁରାଣ ମେଣ୍ଟାଇ ଆସୁଥିବା ଏଠିକାର ବାସିନ୍ଦାଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିବାକୁ ପରିଷଦ ତରଫରୁ ଚେଷ୍ଟା କରାଯାଇଛି , ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଆଗ୍ରହ ଓ କଳିଙ୍ଗ କ୍ରୀଡ଼ା ପରିଷଦ ସଭାପତି ଅର୍ଜୁନ ବେହେରା ସମ୍ପାଦକ ମନୋରଞ୍ଜନ ବେହେରା , ସମାଜସେବୀ ସୁବ୍ରତ ଛାଟୋଇ , ସୁଶାନ୍ତ ସାହୁ , ଶଶୀ କୁମାର ସାହୁ , ବିଦେଶୀ ବେହେରା ଓ ମଳୟ ପାଣିଗ୍ରାହୀ ଏବଂ କିଡନି କେୟାରର ଡାକ୍ତର ବନ୍ଧୁଙ୍କ ସ୍ବେଚ୍ଛାକୃତ ସହଯୋଗରେ ସମଗ୍ର ୪୦୦ ପରିବାରଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଯାଇ ପାରିଛି।
ଏଥିରେ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ତଥା ମହେଶ୍ବର , ରାକେଶ , ପ୍ରଭୁଦତ୍ତ ସାମଲ , ନିହାର ରଞ୍ଜନ , ଅବନୀ , ଅନୀଲ , ପ୍ରଦୀପ କାଲୁଆ ଙ୍କ ଭଳି ଉତ୍ସାହି ଯୁବକ ବନ୍ଧୁଙ୍କ ଅତୁଳନୀୟ ଅବଦାନରୁ ଅନାହାର ଭୋକରେ କାଳାତିପାତ କରୁଥିବା ଏହି ଲୋକଙ୍କ ପାଖେ ସେବା କାର୍ଯ୍ୟ ପହଞ୍ଚାଇବା ସମ୍ଭବପର ହୋଇପାରିଛି , ଆଗକୁ ମଧ୍ୟ ଏହିଭଳି ଲୋକ ଯେଉଁମାନେ ରାଶନ କାର୍ଡ ଓ ବିଭିନ୍ନ ସରକାରୀ ସୁଯୋଗ ଲାଭରୁ ବଞ୍ଚିତ ହେଉଛନ୍ତି ସେଇ ଲୋକଙ୍କୁ ଖୋଜି ବାହାର କରିବା ଓ ଯଥାସମ୍ଭବ ଖାଦ୍ୟ ସାମଗ୍ରୀ ଯୋଗାଇ ଜୀବନ ରକ୍ଷା କରାଇବାକୁ ଉକ୍ତ ସଙ୍ଗଠନକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଜେନା ଆହ୍ୱାନ କରିଛନ୍ତି।